କାଲିଠୁ ଆରମ୍ଭ ହେଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିବ ଗୃହ । ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ଶୀତ ଅଧିବେଶନ ହୁଲସ୍ତୁଲ ହେବ । ସେହିପରି ଧାନ ମଣ୍ଡି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ବେକାରୀ ସମସ୍ୟା, ଆଇନଶୃଙ୍ଖଳା ଆଦି ପ୍ରସଙ୍ଗ ଗୃହରେ ଉଠାଇବେ ବିରୋଧୀ । ରଣନୀତି ପ୍ରସ୍ତୁତ ନେଇ ଆଜି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକଦଳ ବୈଠକ ବସୁଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷ୍ୟତାରେ ବିଜେଡି ବିଧାୟକ ଦଳ ବୈଠକ ବସିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଫସଲ ବୀମା ଯୋଜନାରେ କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଅଭିଚାର ଓ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଅନୁଦାନ ହ୍ରାସ ନେଇ ଶାସକ ଦଳ ପକ୍ଷରୁ ବିଧାନସଭାରେ ପ୍ରସଙ୍ଗ ଉଠାଇବ ବିଜେଡି । ଆସନ୍ତା ୨୪ରୁ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ ଶୀତ ଅଧିବେଶନ ।
ଶୀତ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି ସୁନୀଲ ବଂଶଲ । ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା । ୩୪ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ୫ ଏଡିସିପି, ୧୧ ଡିଏସପି/ଏସପି, ୧୩ ଆଇଆଇସି, ୬୨ ଜଣ ଏସଆଇ ରହିବେ । ସିସିଟିଭି ସ୍କାନରରେ ରହିବ ଗାନ୍ଧିମାର୍ଗ । ସୁରକ୍ଷା ପାଇଁ ୫ଟି କଣ୍ଟ୍ରୋଲ ରୁମ୍ ରହିବ । କାଲିଠୁ ଟ୍ରାଫିକ କଟକଣା । ଅଧିବେଶନ ଶେଷ ଯାଏଁ ଚତୁଃପାଶ୍ୱର୍ ରାସ୍ତା ସିଲ୍ ହେବ ।

LEAVE A REPLY

Please enter your comment!
Please enter your name here