କୁନି ପିଲାଙ୍କ ସମର କ୍ୟାମ୍ପରେ ଟାଲେଣ୍ଟ ସାଇନ । କୁନି କୁନି ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ସମରକ୍ୟାମ୍ପ କଟକ ପକ୍ଷରୁ ଆୟୋଜିତ ହୋଇଥିଲା ଟାଲେଣ୍ଟ ସାଇନ୍ । ତିନୋଟି ବର୍ଗରେ ପ୍ରାଇମେରୀ, ସବୁଜୁନିଅର ଓ ଜୁନିଅର ଗ୍ରୁପରେ ପିଲାମାନେ ଭାଗ ନେଇଥିଲେ । ପିଲାମାନଙ୍କ ମଧ୍ୟରେ ନାଚ, ଗୀତ, ରାଇମ୍ସ, ବକ୍ତୃତା ଭଳି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । 6ଟି ଜିଲ୍ଲାରୁ ବହୁ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ 198 ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
କଟକ ଟାଉନହଲରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଡାକ୍ତର ରାଜଲକ୍ଷ୍ମୀ ଶତପଥି, ସମାଜସେବୀ ମନୋରଂଜନ ମହାନ୍ତି ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here