ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ହନ୍ତସନ୍ତ ହେଉଥିବା ବେଳେ ଆଜି ତାଣ୍ଡବ ରଚିଛି କାଳବୈଶାଖୀ । ଭୁବନେଶ୍ବର, କଟକ, ଆଠଗଡ, ପିପିଲି ପ୍ରଭୃତି ଅଞ୍ଚଳରେ ଆଜି କାଳବୈଶାଖୀ ଜନିତ ବର୍ଷା ପବନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ସ୍ଥାନରେ ଚାଳ ଓ ଟିଣ ଛପର ଉଡି ଯାଇଥିବା ବେଳେ ଗଛଡାଳ ଭାଙ୍ଗିପଡିବା ଯୋଗୁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ତେବେ ଜନଜୀବନ ହାନୀର କୌଣସି ରିପୋର୍ଟ ଆସି ନ ଥିଲେ ହେଁ ପ୍ରଭାବିତ ଜିଲ୍ଲାଗୁଡିକର ଜିଲ୍ଲାପାଳମାନଙ୍କୁ ତୁରନ୍ତ କ୍ଷକ୍ଷତି ରିପୋର୍ଟ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗଛଡାଳ ଭାଙ୍ଗି ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିବା ସ୍ଥାନରେ ତତ୍କାଳ ଗଛଡାଳ ସଫା କରି ବିଦ୍ୟୁତ ଯୋଗାଇବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । କାଳବୈଶାଖୀ ବର୍ଷା ପବନରେ ତାତିରୁ ଆଶ୍ବସ୍ତି ମିଳିଥିଲେ ହେଁ ପ୍ରଚଣ୍ଡ ପବନ ବହିବା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here