କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେଶିଙ୍ଗା ବ୍ଲକ ସଦର ଠାରେ ଚାଲିଛି ରେଲୱେ ଅଣ୍ଡର ବ୍ରିଜ ଦାବି ଆନ୍ଦୋଳନ । ୨୨ ଦିନ ହେବ ଧରି ଲାଗି ରହିଛି ଏହି ଗଣଧାରଣା । ବର୍ଷା ନା ଶୀତ ଲଗାତାର ଜାରି ରହିଛି ଆନ୍ଦୋଳନ । କେଶିଙ୍ଗା ମଧ୍ୟ ଦେଇ ଯାଇଥିବା ବୋରୀଗୁମା ବରଗଡ ରାଷ୍ଟ୍ରୀୟ ରାଜରାସ୍ତା ୧୨ ରୁ ୧୬ ଘଣ୍ଟା ବନ୍ଦ ରହୁଥିବାରୁ ରୋଗୀ ମାନଙ୍କୁ ମେଡିକାଲ ଯିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବିଗତ ଦିନରେ କେଶିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିବା ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ଘଟିଛି । ଏହି ଆନ୍ଦୋଳନରେ କଳାହାଣ୍ଡିର ୫୮ଟି ସଂଘ ସମର୍ଥନ ଜଣାଇଛନ୍ତି ।ରାଜନୈତିକ ଦଳର ନେତାମାନେ ମଧ୍ୟ ଯୋଗ ଦେଇ ଆନ୍ଦୋଳନକୁ ସଫଳ କରିବାରେ ଲାଗିପଡିଛନ୍ତି ।ଏଥିରେ ପୂର୍ବତନ ଏମ୍ପି ଭକ୍ତଚରଣ ଦାସ, କଳାହାଣ୍ଡି ଏମ୍ପି ପ୍ରଦୀପ ନାଏକ ଓ ବସନ୍ତ ପଣ୍ଡା ଏବଂ ବିଜେଡି ନେତା ଦୁଷ୍ମନ୍ତ ନାଏକ ପ୍ରମୁଖଙ୍କ ସମର୍ଥନ ରହିଛି ।