ଦିନକୁ ଦିନ ବଦଳୁଛି ଯୁଗ । ବ୍ୟସ୍ତ ବହୁଳ ଭିତରେ ନିଜକୁ ଫିଟ ରଖିବାକୁ ଭୁଲୁନାହାଁନ୍ତି ଯୁବପିଢୀ । ବିଶେଷ ଭାବରେ ନିଜକୁ ସ୍ଲିମ୍ ବନେଇବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି ଯୁବପିଢି । କିଏ ଘରୋଇ ଉପଚାରରେ ନିଜକୁ ସ୍ଲିମ୍ କରୁଛି ତ ଆଉ କିଏ ମେଡିସିନ ଖାଇ ନିଜକୁ ସ୍ଲିମ୍ କରିବା ପାଇଁ କରୁଛି ଚେଷ୍ଟା । ହେଲେ ସାବଧାନ । ପତଳା ହେବା ପାଇଁ ଆପଣ ଆପଣାଉଛନ୍ତି କି ଡାବଲେଟ୍ । ଏହାର ଭୁଲ ଡୋଜ୍ ନେଇ ପାରେ ଆପଣଙ୍କ ଜୀବନ । ହଁ ଆଜ୍ଞା । ଆପଣ ଠିକ୍ ପଢୁଛନ୍ତି । ମହାରାଷ୍ଟ୍ର ଥାନେ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ମେଘନା ଦେବଗଡକର ନାମରେ ଜଣେ ଡ୍ୟାନ୍ସର ପତଳା ହେବା ପାଇଁ ବ୍ୟାନ ହୋଇଥିବା ମେଡିସିନ୍ ଖାଇ ମୃତ୍ୟୁ ବରଣ କରିଛନ୍ତି । ୨୨ ବର୍ଷୀୟ ମେଘନା ପେସାରେ ଜଣେ ଡ୍ୟାନ୍ସର ଓ ଜିମ୍ ଟ୍ରେନର ମଧ୍ୟ ଥିଲେ । ସେ ପତଳା ହେବା ପାଇଁ ଡିନିଟ୍ରୋଫେନୋଲ ନାମକ ବ୍ୟାନ ହୋଇଥିବା ବଟିକା ଖାଇଥିଲେ । ଗତ ସୋମବାର ସେ ୱାର୍କଆଉଟ୍ ପୂର୍ବରୁ ଏହି ବଟିକା ଖାଇଥିଲେ । ବଟିକା ଖାଇବା ପରେ ତାଙ୍କର ବାନ୍ତି ହୋଇଥିଲା । ଫଳରେ ତାଙ୍କୁ ମୁମ୍ବାଇ ସ୍ଥିତ ଲାଇଫ ଲାଇନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବଂ ପରେ ସାୟୋନ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ଅବସ୍ଥାରେ ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଥିଲା । ବ୍ୟାନ ହୋଇଥିବା ମେଡିସିନ୍ ଖାଇବା ପରେ ସେ ହାଇପରର୍ଥମିୟାରେ ପୀଡିତ ହୋଇଗଲେ , ଯାହା ଫଳରେ ହଠାତ୍ ତାଙ୍କ ଶରୀରର ତାପମାତ୍ରା ବଢିବାରେ ଲାଗିଥିଲା । ହୃଦୟର ଗତି ଓ ବ୍ଲଡ ପ୍ରେସରର ମାତ୍ରା ମଧ୍ୟ ବଢିଯାଇଥିଲା । ଫଳରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ନୋପଡା ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁୁ କିଏ ଏହି ମେଡିସିନ ବିକ୍ରି କରିଥିଲା । ଛାନଭିନ ଜାରି ରହିଛି । ଏଠାରେ ଆମେ ଆପଣଙ୍କୁ କହିବାକୁ ଚାହିଁବୁ ଜିମ୍ ଟ୍ରେନର କିମ୍ବା ସାଙ୍ଗମାନଙ୍କ କଥାରେ କୌଣସି ମେଡିସିନ ଖାଆନ୍ତୁ ନାହିଁ, ସବୁବେଳେ ଏକ୍ସପଟଙ୍କ ପରାମର୍ଶରେ ମେଡିସିନ୍ ନେବା ଉଚିତ୍ । ମେଡିସିନ୍ କିଣିବା ପୂବରୁ ଏକ୍ସପ୍ୟାରି ଡେଟ ଚେକ୍ କରି କିଣନ୍ତୁ । ଉପଯୁକ୍ତ ଜ୍ଞାନର ଅଭାବରେ ଏଭଳି ଘଟଣା ଘଟିଥାଏ ।

LEAVE A REPLY

Please enter your comment!
Please enter your name here