କୋଣାର୍କରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ବସଷ୍ଟାଣ୍ଡ ମାର୍କେଟ୍ କମ୍ପେକ୍ସ ସ୍ଥିତ ଏକ ବନ୍ଦ କୋଠରୀରେ ୧୦ ଦିନ କାଳ ରଖି ଯୁବତୀଙ୍କୁ ଅନେକ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ତାଲା ଭାଙ୍ଗି ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ଗୁରୁତର ଯୁବତୀଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବର୍ଷକ ତଳେ କାଜଲ ନାମକ ଜଣେ ଯୁବତୀ ତାଙ୍କୁ ଚାକିରୀ ଦେବାକୁ କହି ଏହି ସହରକୁ ଆଣିଥିଲେ । କାଜଲ ଓ ତାଙ୍କର ଜଣେ ପୁରୁଷ ବନ୍ଧୁ ଏଠାରେ ଜୋରଜବରଦସ୍ତ ତାଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଇଥିଲେ। ୧୦ ଦିନ ତଳେ ଜଣେ ଯୁବକ ତାଙ୍କୁ ଉଠାଇ ଆଣି ଏକ କୋଣାର୍କ ବସଷ୍ଟାଣ୍ଡ ମାର୍କେଟ୍ କମ୍ପେକ୍ସ ସ୍ଥିତ ଏକ ବନ୍ଦ କୋଠରୀରେ ତାଲା ପକାଇ ରଖିଥିଲେ। ୧୦ ଦିନ ମଧ୍ୟରେ ଅନେକ ବ୍ୟକ୍ତି ତାଙ୍କ ସହ ଦୁଷ୍କର୍ମ କରିଛନ୍ତି ବୋଲି କହିଛନ୍ତି ପୀଡିତା । ଆଜି ଯୁବତୀ ଘର ଭିତରେ ରହି ଚିତ୍କାର କରିବା ପରେ ସ୍ଥାନୀୟ ଲୋକମାନେ ଶୁଣି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here