କରୋନା ସଂକ୍ରମଣ ଭୟରେ କୋଭିଡ କୋୟାର ସେଂଟରରେ ବାଉଁଶ ବାଡ ପକାଇଲେ ଗ୍ରାମବାସୀ I ରାୟଗଡା ସଦର ବ୍ଲକ ତାଢମା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି I ଗାଁ ନିକଟରେ ଥିବା କୋଭିଡ ସେଂଟରକୁ ବିରୋଧ କରି ତାଢମା ଓ ମାଲିପଡା ଗାଁର ଲୋକେ ରାସ୍ତା ଉପରେ ବାଉଁଶ ବାଡ ଦେବା ସହ ପଥର ପକାଇ ଅବରୋଧ କରି ପ୍ରତିବାଦ କରିଥିଲେ I ଏହି କୋଭିଡ ସେଂଟରରେ ଏବେ 80 ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ପବନରେ କରୋନା ସଂକ୍ରମଣ ଭୟରେ ଲୋକେ ଏହାକୁ ବିରୋଧ କରିଥିଲେ I କୋଭିଡ ସେଂଟରକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସେମାନେ ଦାବି କରିଥିଲେ I ପରେ ରାୟଗଡା ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଦୁଇଟିଯାକ ଗାଁକୁ ବିଶୋଧିତ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ I

LEAVE A REPLY

Please enter your comment!
Please enter your name here