ଆଜି ରାଜ୍ୟରେ ସର୍ବାଧିକ ୨୮ ଜିଲ୍ଲାରୁ ୧୫୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୫୯୪ ମଧ୍ୟରୁ କ୍ୱାରେଣ୍ଟିନରୁ ୧୦୬୭ ଏବଂ ଲୋକାଲ କେସ୍ ରହିଛି ୫୨୭ । ରାଜ୍ୟରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୨୨ ହଜାର ୬୯୩କୁ ବୃଦ୍ଧି ହୋଇଛି । କରୋନାରୁ ସୁସ୍ଥ ହେଲେଣି ୧୪, ୩୯୨ ଏବଂ ଆକ୍ଟିଭ କେସ୍ ରହିଛି ୮୧୪୮ । ଗଞ୍ଜାମରୁ ସର୍ବାଧିକ ୭୩୨, ଖୋର୍ଦ୍ଧାରୁ ୩୨୦ ଆକ୍ରାନ୍ତ ଚିହ୍ନଟ । କଟକ-୧୩୬, ଭଦ୍ରକ-୬୦, ସୁନ୍ଦରଗଡ-୫୬, ବୌଦ୍ଧ-୪୧, କୋରାପୁଟ-୩୩, ମୟୂରଭଞ୍ଜ-୩୨, ବାଲେଶ୍ୱର-୨୨, କନ୍ଧମାଳ-୧୭, ସମ୍ବଲପୁରରୁ ୧୩ ପଜିଟିଭ ଚିହ୍ନଟ । ଅନୁଗୁଳ ଓ ନୟାଗଡରୁ ୧୦ ଲେଖାଏଁ , କେନ୍ଦ୍ରାପଡା ଓ ମାଲକାନଗିରିରୁ ୯ ଲେଖାଏଁ , ଝାରସୁଗୁଡା ଓ ବରଗଡରୁ ୮ ଲେଖାଏଁ, ବଲାଙ୍ଗିର-୬, ଯାଜପୁର-୫, ସୋନପୁରରୁ ୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର, ଜଗତସିଂହପୁର, ଓ ଗଜପତିରୁ ୩ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ-୨, ନୂଆପଡା ଓ କଳାହାଣ୍ଡିରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ କରୋନାରେ ଆଜି ୬ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨୦କୁ ବୃଦ୍ଧି । ଗଞ୍ଜାମରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭଦ୍ରକ, ଗଜପତି , ରାୟଗଡାରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି କରୋନାରେ । ଗଞ୍ଜାମର ୫୯, ୫୦, ବର୍ଷୀୟ ମହିଳା ୪୪ ବର୍ଷୀୟ ବ୍ୟକ୍ତିଙ୍କ

LEAVE A REPLY

Please enter your comment!
Please enter your name here