ଜଜ୍‌ଙ୍କ ଆଗରେ ବିଷ ପିଇଲେ ମହିଳା । ବାଲେଶ୍ୱର କୋର୍ଟରେ ଜଣେ ମହିଳା ଜଜ୍ ଙ୍କ ଆଖି ଆଗରେ ବିଷ ପିଇଦେଇଛନ୍ତି । ତାଙ୍କ ନାଁ ରାଜଶ୍ରୀ ବାରିକ୍ । ସ୍ୱାମୀଙ୍କ ସହିତ ତାଙ୍କର ସମ୍ପର୍କ ଭଲ ନଥିବାରୁ ସେ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ମାମଲା ରୁଜୁ କରିଥିଲେ । ଆଜି ବିଚାରପତି ଉଭୟେଙ୍କୁ ଜେରା କରିଥିଲେ । ଜେରା ସମୟରେ ମହିଳା ଜଣଙ୍କ ଅତିଷ୍ଠ ହୋଇ ବ୍ୟାଗରୁ ବିଷ କାଢି ଜଜ୍ ଙ୍କ ଆଗରେ ପିଇଦେଇଥିଲେ । ଏହାପରେ ଅନ୍ୟ ଓକିଲ ବନ୍ଧୁମାନେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏବେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ମହିଳା ଜଣଙ୍କ ପେଶାରେ ଜଣେ ଆଇନଜୀବି । ଦୀର୍ଘ ୧୩ ବର୍ଷ ଧରି ଛାଡପତ୍ର ମାମଲା କୋର୍ଟରେ ଚାଲିଥିବାରୁ ଧର୍ଯ୍ୟହରା ହୋଇପଡିଥିଲେ ରାଜଶ୍ରୀ ।

LEAVE A REPLY

Please enter your comment!
Please enter your name here