ଦେଶଦ୍ରୋହ ମାମଲା ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ମାମଲାର ଚୂଡାନ୍ତ ଫଇସଲା ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନ ଉପରେ ରହିତାଦେଶ ଜାରି କରିଛନ୍ତି । ଆଇପିସିର ଧାରା 124 ଏ ଉପରେ କୋର୍ଟ ରହିତାଦେଶ ଲାଗୁ କରିବା ସହ ସରକାର କାହା ବିରୋଧରେ ଦେଶଦ୍ରୋହ ମାମଲା କରିପାରିବେନି ବୋଲି ସ୍ପଷ୍ଟ କରିଦେଇଛନ୍ତି । ଦେଶଦ୍ରୋହ ମାମଲାରେ ବିଭିନ୍ନ ଜେଲରେ ବନ୍ଦୀ ଥିବା କଏଦୀମାନେ ଜାମିନ ପାଇଁ ଆବେଦନ କରିପାରିବେ । ଯଦି ପୋଲିସ କାହା ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରୁଛି, ତେବେ ତୁରନ୍ତ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କୁହାଯାଇଛି । ସେହିପରି ଦେଶଦ୍ରୋହ ମାମଲା ରୁଜୁ ନ କରିବା ପାଇଁ ଜଣେ ଏସପି ପାହ୍ୟା ପୋଲିସ ଅଧିକାରୀ ଅନୁଧ୍ୟାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବ୍ରିଟିଶ ଅମଳରୁ ଥିବା ଏହି ଆଇନର ଆଉ ଆବଶ୍ୟକ ନାହିଁ ଏବଂ ଏହା ପ୍ରତ୍ୟାହାର କରିବା ପାଇଁ ପୁର୍ନବିଚାର କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here