ରତ୍ନ ପଥର ଚୋରା ଚାଲାଣ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଶାଖା ଦ୍ୱାରା ବିପୁଳ ପରିମାଣର ରତ୍ନ ପଥର ଜବତ ହୋଇଛି । ରାୟଗଡା ସହରର ଜଗନ୍ନାଥ କମ୍ଲେକ୍ସର ଏକ ଘର ଭିତରୁ ବିପୁଳ ପରିମାଣର ରତ୍ନ ପଥର ଗଛିତ ଥିବା ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରିଥିଲା । ଚଢାଉବେଳେ ଏକ କାର୍ ଭିତରେ ଦୁଇଟି ଅଖା ବସ୍ତାରେ ଥିବା ବିଭିନ୍ନ କିସମର ୧୫୩ କିଲୋ ମଚଲ୍ୟନ ରତ୍ନ ପଥର ଜବତ ହୋଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୫୦ ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି । ଏହି ମାମଲାରେ ଜିତେନ୍ଦ୍ର କୁମାର ବେହେରାଙ୍କୁ ଅଟକ ରଖି କ୍ରାଇମବ୍ରାଞ୍ଚ ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here