“ସମ୍ବିଧାନ ଦିବସ” ପାଳନ ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭାରତୀୟ ସମ୍ବିଧାନର ମୁଖବନ୍ଧ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସ୍ୱାଧୀନତା ଲାଭ କରିବା ପରେ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ସର୍ବସମ୍ମତି କ୍ରମେ ଭାରତୀୟ ସମ୍ବିଧାନକୁ ଗ୍ରହଣ କରାଯାଇଥିଲା ସେଥିପାଇଁ ୨୬ ନଭେମ୍ବରକୁ ସମଗ୍ର ଦେଶରେ ସମ୍ବିଧାନ ଦିବସ ଭାବେ ପାଳନ କରାଯାଇଆସୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ୱରରେ ସୋମାବର ଭାରତୀୟ ସମ୍ବିଧାନର ମୁଖବନ୍ଧକୁ ସାମୂହିକ ଭାବେ ପାଠ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାନସ ରଞ୍ଜନ ପାଢୀ, ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ୱିନୀ ରାଉତ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁଙ୍କ ସମେତ ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ଭାରତୀୟ ସମ୍ବିଧାନର ମୁଖବନ୍ଧକୁ ପାଠ କରିଥିଲେ । ଭାରତୀୟ ସମ୍ବିଧାନର ସୁରକ୍ଷା ଓ ଅନୁପାଳନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here