ଧଳା ଫୁଲକୋବି ଆମେ ସମସ୍ତେ ଦେଖିଛେ । ହେଲେ କେବେ ରଙ୍ଗ ବେରଙ୍ଗର କୋବି ଆପଣ କ୍ଷେତରେ ଦେଖିଛନ୍ତି କି । ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ହଳଦିଆ ଏବଂ ବାଇଗଣି ରଙ୍ଗର କୋବି । ଉତ୍ତମ ସାହୁ ଏଭଳି କୋବି ଚାଷ କରି ଏବେ ଖୁବ୍ ଚର୍ଚ୍ଚାରେ । ପେସାରେ ସେ ଜଣେ କୃଷି ବିଭାଗର କର୍ମଚାରୀ । ହେଲେ ଇଣ୍ଡରନେଟରୁ ଏଭଳି କୋବି ଦେଖି ଚାଷ ପାଇଁ ଆଗ୍ରହ ପ୍ରକାଶ କଲେ ଉତ୍ତମ । ମଞ୍ଜି ମଗାଇ ଚାରା ବି ପ୍ରସ୍ତୁତ କଲେ । ଆଉ ଏବେ କ୍ଷେତରେ ଭଳିକିଭଳି କଲରଫୁଲ କୋବି । ସ୍ଥାନୀୟ ଅଞ୍ଚଳରେ ଏହି କୋବିର ଚାହିଦା ଢେର ଅଧିକ । ଏହି କୋବି ବି ବଜାରରେ ଭଲ ବିକ୍ରୀ ହେଉଛି ।

LEAVE A REPLY

Please enter your comment!
Please enter your name here