କଳାହାଣ୍ଡି ଜିଲ୍ଲା ବେଲଗାଁ ନିକଟରୁ ମିଳିଛି ମାଓ ପୋଷ୍ଟର । ପୋଷ୍ଟରରେ ମହିଳା ସୁରକ୍ଷା ର ବାର୍ତ୍ତା,ଯୌତୁକ ପ୍ରଥାକୁ ବିରୋଧ , ମଦ ବିରୋଧି ଅଭିଯାନ କୁ ସମର୍ଥନ, ଗାଁ ଗାଁ ରେ ବିପୁଳ ମହିଳା ସଂଗଠନ ଗଠନ ପାଇଁ ଆହ୍ୱାନ ଦିଆଯାଇଛି । ପୋଷ୍ଟରରେ କଳାହାଣ୍ଡି,କନ୍ଧମାଳ ବୌଦ୍ଧ, ନୟାଗଡ ଡିଭିଜନର ନାଁ ଥିବା ଦେଖିବାକୁ ମିଳିଛି । ଗତ କିଛିଦିନ ପୂର୍ବରୁ ବେଲଗାଁ ଅଞ୍ଚଳରୁ ୨ଥର ମାଓ ପୋଷ୍ଟର ଜବତ କରାଯାଇଥିବାବେଳେ ଭୋଟ ବର୍ଜନ କରିବାକୁ ଆହ୍ୱାନ ଦିଆଯାଇଥିଲା । ବାରମ୍ବାର ଏହି ଅଞ୍ଚଳ ରେ ମାଓ ପୋଷ୍ଟର ଲାଗୁଥିବାରୁ ଏଠାକାର ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here