କ୍ୱାରେଣ୍ଟିନ୍ ସେଣ୍ଟରରେ ଶୁଭିଲା ସାହାନାଇ । ସିନ୍ଥିରେ ସାତ ଜନ୍ମ ପାଇଁ ସିନ୍ଦୁର ପିନ୍ଧାଇ ଜୀବନ ସାଥି ହୋଇଛନ୍ତି ଦୁଇ ପ୍ରେମପକ୍ଷୀ । ରାତି ଅଧରେ ଶେଷ ହୋଇଛି ବାହାଘର । କିଏ ଶଙ୍ଖ ପୁଙ୍କୁଛି ତ ଆଉ କିଏ ହୁଳହୁଳି ଦେଉଛି । କ୍ୱାରେଣ୍ଟିନ୍ ସେଣ୍ଟରର ଏ ନିଆରା ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା । ଦାୟିତ୍ୱରେ ଥିବା ଦୁଇ ଶିକ୍ଷକ ହେଲେ ବର ପିତା ଏବଂ କନ୍ୟା ପିତା । ଆଉ ବରଯାତ୍ରୀ ସାଜିଲେ ଅଙ୍ଗନୱାଡି କର୍ମୀ ଏବଂ ଆଶା କର୍ମୀ । ପୁରୀ ଜିଲ୍ଲା ନିମାପଡା ସଗଡା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରେମୀ ଯୁଗଳଙ୍କ ବିବାହ ଅନୁଷ୍ଠିତ ହୋଇଛି । ଗତବର୍ଷ ଦୁଇ ଜଣ ସୁରତ ପଳାଇଯାଇଥିଲେ । ଲକ୍ ଡାଉନ୍ ସମୟରେ ସେଠାରୁ ଫେରି କ୍ୱାରେଣ୍ଟାଇନରେ ରହୁଥିଲେ । ୧୪ ଦିନ ରହିବା ପରେ ଦୁଇ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ଏହାପରେ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଦୁଇ ଜଣଙ୍କ ବିବାହ ଅନୁଷ୍ଠିତ ହୋଇଛି । ବିବାହ ଉତ୍ସବରେ ଆଶା କର୍ମୀ , ଅଙ୍ଗନୱାଡି କର୍ମୀ ଏବଂ ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ବିବାହ ପରେ ସେମାନଙ୍କ ର ୧୪ଦିନ ଅବଧି ପୁରି ଯାଇଥିବା ରୁ ସେମାନଙ୍କୁ ତାଙ୍କ ଘରକୁ ପଠାଇ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here