ଲକଡାଉନ ସରିବା ଯାଏ ଆଉ ଅପେକ୍ଷା କରିହେଲାନି । ଦିନ ଦ୍ୱିପହରରେ ବାହାରିଛି ବାରାତ୍ । ବ୍ୟାଣ୍ଡ ବାଜୁଛି, ନାଚରେ ପୁରା ମସଗୁଲ ହୋଇଯାଇଛନ୍ତି ବରଯାତ୍ରୀ । ମାସ୍କ ପିନ୍ଧିଛନ୍ତି ସତ , ହେଲେ କାହା ମୁହଁରେ ଅଛି ତ ଆଉ କାହା ମୁହଁରେ ମାସ୍କ ନାହିଁ । ନାଚରେ ଏତେ ମାତି ଯାଇଛନ୍ତି ଯେ, ସାମାଜିକ ଦୂରତାକୁ ପୁରା ଭୁଲି ଯାଇଛନ୍ତିଏମାନେ । ଲାଗୁଛି ପ୍ରଶାସନ ଯେମିତି ବାହାଘରକୁ ଅନୁମତି ଦେଇ ଦେଇଛନ୍ତି । ଏ ଦୃଶ୍ୟ ହେଉଛି ସାଲେପୁର ଓରାବାରି ଗାଁର । ଲକ୍‌ଡାଉନ୍ ବେଳେ ସବୁ କଟକଣାକୁ ଫୁ କରି ଚାଲିଛି ବାହାଘର । ଆଉ ବାହାଘରକୁ ନେଇ ବରଯାତ୍ରୀଙ୍କ ଖୁସି ଦେଖିଲେ ଲାଗୁଛି, କରୋନାକୁ ଆଉ କେହି ଡରୁ ନାହାଁନ୍ତି । ବରଯାତ୍ରୀଙ୍କ ନାଚର ଭିଡିଓ ଏବେ ସୋସିଆଲ ମିଡିଆରେଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here