ବାଙ୍କୋ ଖଣିରୁ ବିସ୍ଫୋରକ ଲୁଟ୍ ମାମଲା । ମାଓବାଦୀଙ୍କ ମୁଖ୍ୟ ସହଯୋଗୀ ଗିରଫ । ଖଣି ଲୁଟ୍ ମାମଲାରେ ମାଓବାଦୀଙ୍କୁ ଖବର ଦେଉଥିବା ଇନଫର୍ମର ଜର୍ଜ ମୁଣ୍ଡାକୁ ବାନ୍ଧିଲା ପୋଲିସ । ଖଣି ସମ୍ମୁଖରେ ଥିବା ଘରେ ରହୁଥିବା ଜର୍ଜ ମାଓବାଦୀଙ୍କୁ ବିସ୍ଫୋରକ ନେଇ ସୂଚନା ଦେଇଥିଲା । ସୂଚନା ପରେ ମାଓବାଦୀମାନେ ଲୁଟି ନେଇଥିଲେ ୫ ଟନର ବିସ୍ପୋରକ । ତେବେ ଜର୍ଜ ଖଣି ହେବା ଦିନରୁ ଖଣିକୁ ବିରୋଧ କରି ଆସୁଥିଲା ଏବଂ ବିସ୍ପୋରକ ଆସୁଥିବା ଖବର ପାଇ ଖଣିକୁ ବନ୍ଦ କରିବାର ସୁଯୋଗ ଦେଖି ମାଓବାଦୀଙ୍କ ସହ ହାତ ମିଳାଇଥିଲା । ଗତ ୨୭ ତାରିଖ ଦିନ ବାଙ୍କ ଖଣିରେ ପ୍ରାୟ ୩୦ ରୁ ୪୦ ଜଣ ମାଓବାଦୀ ଆସିଥିଲେ । ବିସ୍ପୋରକ ଗାଡି ଡ୍ରାଇଭରକୁ ଜୀବନରୁ ମରି ଦେବାକୁ ଧମକ ଦେଇ ବନ୍ଧୁକ ମୁନରେ ବିସ୍ପୋରକ ଲୁଟ କରିଥିଲେ ମାଓବାଦୀ । ତଦନ୍ତ ପରେ ଜଣାପଡ଼ିଥିଲା ବାଙ୍କୋ ଖଣି ସମ୍ମୁଖରେ ଥିବା ଏକ ଘରେ ହୋଇଛି ଲୁଟର ସମ୍ପୂର୍ଣ୍ଣ ପ୍ଲାନିଂ।

LEAVE A REPLY

Please enter your comment!
Please enter your name here