ଅନ୍ତରୀଣ ବଜେଟ୍‌କୁ ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ମଧ୍ୟବିତ୍ତ ଓ ଯୁବପିଢ଼ୀଙ୍କୁ ଧୋକା ଦିଆଯାଇଛି ବୋଲି ସେ କହିଛନ୍ତି । ଏହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର କୌଣସି ସମ୍ଭାବନା ନ ଥିବା ପଞ୍ଚାନନ କହିଛନ୍ତି । ଚଳିତ ଥର ଆସିଥିବା ବଜେଟ୍‌ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ଉପଯୋଗୀ ନୁହେଁ । କରଦାତାଙ୍କ ଟଙ୍କାକୁ ବିଜେପି ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିଛି । ସେହିପରି ଯୁବପୀଢ଼ିଙ୍କ ପାଇଁ ଉକ୍ତ ବଜେଟ୍‌ ଧୋକ୍କା ଅଟେ । ଏଥିରେ କିଛି ବି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ନାହିଁ ଏହିଭଳିଭାବେ ଅନ୍ତରୀଣ ବଜେଟ୍‌କୁ ସମାଲୋଚନା କରିଛନ୍ତି ପଞ୍ଚାନନ ।

LEAVE A REPLY

Please enter your comment!
Please enter your name here