ବିଭିନ୍ନ ଦାବି ନେଇ ଯୋଡା ବ୍ଲକ ଏସେଲ ମାଇନିଂ ଶ୍ରମିକ ମାନଙ୍କର ବିକ୍ଷୋଭ । ଲଙ୍ଗାକଟା ଲୌହ ଓ ମାଙ୍ଗାନିଜ ଖଣି ସମ୍ମୁଖରେ ଶ୍ରମିକମାନେ ବିକ୍ଷୋଭ କରିଥିଲେ । ଖଣି ପରିସରରେ ଥିବା ଶିବ ମନ୍ଦିର ସମ୍ମୁଖରୁ ଶତାଧିକ ଶ୍ରମିକ ବାହାରି ଖଣି କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚିବା ପରେ ସେଠାରେ ଏକ ସଭା ହୋଇଥିଲା ସଭାରେ ୟୁନିଅନର ସଭାପତି ରାମକୃଷ୍ଣ ପଣ୍ଡା,ସାଧାରଣ ସମ୍ପାଦକ ସାଥି,ମହେଶ୍ୱର ରାଉତ,କାର୍ଯ୍ୟକାରୀ ସଭାପତି ସାଥି ବିଦ୍ୟାଧର ମହାନ୍ତ,ସମ୍ପାଦକ ସାଥି କପିଳ ମହାନ୍ତ ଶ୍ରମିକ ମାନଙ୍କ ବିଭିନ୍ନ ଦାବି ଉପସ୍ଥାପନା କରିଥିଲେ । ଦାବି ଗୁଡିକ ମଧ୍ୟରେ ଥିଲା ଠିକାଦାର ମାନଙ୍କୁ ବିଭାଗୀୟ କରିବା,ଶ୍ରମିକ ପରିବାରକୁ ମାଗଣା ଚିକିସôା ଯୋଗାଇବା ଓ ବିଗତ ବର୍ଷ ଠାରୁ ଏବର୍ଷ ଅଧିକ ବୋନସ ପ୍ରଦାନ କରିବା ଥିଲା ମୁଖ୍ୟ ଦାବି । ଶ୍ରମିକ ନେତା କାହ୍ନୁ ସାମଲ,ହୃଦାନନ୍ଦ ପ୍ରଧାନ,ବିଦିତ ମହାନ୍ତି,ଗୋବିନ୍ଦ ସାମଲ ଏଥିରେ ସାମିଲ ଥିଲେ ।