ନାଁ ସତ୍ୟଜିତ । କିନ୍ତୁ ଏ ବାବୁ ଜଣକ ସମ୍ପୁର୍ଣ୍ଣ ମିଥ୍ୟାବାଦୀ । ନିଜକୁ ଆଇଆରଏସ ପରିଚୟ ଦେଇ ଶେଷରେ ଫସିଯାଇଛନ୍ତି । ଫେସବୁକରେ ନକଲି ଆଇଡି କାରବାର କରି ପଇସା ଲୁଟିବା ସହ ମହିଳାଙ୍କ ସହ ରଖୁଥିଲେ ଖରାପ ସମ୍ପର୍କ । ଆଉ ନିଜକୁ ଆଇଆରଏସ ପରିଚୟ ଦେଉଥିଲେ । ସତ ସାମ୍ନାକୁ ଆସିବା ପରେ ଶେଷରେ ଗିରଫ ହୋଇଛନ୍ତି ନକଲି ଆଇଆରଏସ ଅଫିସର । ବାରିପଦାର ଜଣେ ମହିଳାଙ୍କୁ ଚାକିରି କରାଇଦେବା ଆଳରେ ତାଙ୍କ ସହ ସମ୍ପର୍କ ରଖିଥିଲେ । ୨୦୧୮ ମସିହାରେ ବାରିପଦାର ଜଣେ ମହିଳାଙ୍କୁ ଏନଜିଓ କରାଇ ଦେବେ କହି ତାଙ୍କ ପାଖରୁ ୩ ହଜାର ଟଙ୍କା ନେଇଥିଲେ । ହେଲେ ବହୁ ଦିନ ଯାଏ ରେଜିଷ୍ଟ୍ରେସନ ନହେବାରୁ, ମହିଳା ଜଣଙ୍କ ସତ୍ୟଜିତକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ବାବୁ ସେତେବେଳକୁ ଫୋନ ସୁଇଚ ଅଫ କରିଦେଇଥିଲେ । ମହିଳାଙ୍କ ମନରେ ଉପୁଜିଥିଲ ସନେ୍ଦହ । ସେ ବାରିପଦା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗୁରୁବାର ମାନ୍ୟବର ଏସ.ଡି.ଜେଏମ ସୁନୀତା ଆଚାର୍ଯ୍ୟ ବିଭିନ୍ନ ଦଫାରେ ୬ ବର୍ଷ ଜେଲ ସହିତ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here