ବିଦ୍ୟୁତ୍ ଚୋରୀ ରୋକିବା ପାଇଁ ଅଭିନବ ପଦକ୍ଷେପ । ଏଣିକି ବିଦ୍ୟୁତ୍ ଚୋରୀ ନେଇ ଖବର ଦେଲେ ମିଳିବ ଅର୍ଥ ପୁରସ୍କାର । ଜରିମାନା ଆଦାୟର ଦଶ ପ୍ରତିଶତ ଖବରଦାତାଙ୍କୁ ଦିଆଯିବ । ଆଜି ଏନେଇ ସେସୁର ସିଇଓ ସୁଚନା ଦେଇଛନ୍ତି । ବିଦ୍ୟୁତ ଚୋରୀ ନେଇ ଖବର ଦେଲେ ସୁଚନାଦାତାଙ୍କ ପରିଚୟ ଗୋପନ ରଖିବ ସେସୁ । ଆସନ୍ତା ୩ରୁ ୪ ମାସ ମଧ୍ୟରେ କଡାକଡି ଯାଞ୍ଚ କରାଯିବ । ସେସୁ ଅଞ୍ଚଳରେ ବିଦ୍ୟୁତ ଚୋରୀ ରୋକିବା ନେଇ ପଦକ୍ଷେପ ନିଆଯିବ । ଖାଲି ସେତିକି ନୁହେଁ ଆଗାମୀ ଦିନରେ ଏସଏନଜି ମହିଳାଙ୍କୁ ବିଦ୍ୟୁତ୍ ବିଲ୍ ଆଦାୟ ପାଇଁ ସୁଯୋଗ ଦିଆଯିବ ବୋଲି ସେସୁର ସିଇଓ କହିଛନ୍ତି । ଏହାସହିତ ସୋସିଆଲ ମିଡିଆ ଜରିଆରେ ହେଉଥିବା ଅଭିଯୋଗକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି

LEAVE A REPLY

Please enter your comment!
Please enter your name here