ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଆଜି ଗୁରୁଦିବସ ମହାଆଡମ୍ବରରେ ପାଳନ କରାଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ କଲେଜର ଅଧକ୍ଷା ଡ.ସୁପ୍ରଭା ପଟ୍ଟନାୟକ, ସାମ୍ବାଦିକତା ଗଣ ଯୋଗାଯୋଗ ବିଭାଗର ଡ.ନଳୀନି ପାତ୍ର,ଅଧ୍ୟାପିକା ରାଜଲକ୍ଷ୍ମୀ ଦାସ ,ବରିଷ୍ଠ ସାମ୍ବାଦିକ ମାନସ ରଞ୍ଜନ ସାହୁ,ବିଭୁ ପ୍ରସାଦ ମହାପାତ୍ର,ରାମ ପ୍ରସାଦ ସାମଲ ପ୍ରମୁଖ ଯୋଗଦେଇଥିଲେ । ବିଭାଗର ମୁଖ୍ୟ ସଭାପତି ନଳୀନି ପାତ୍ର ସଭାର ସଭାପତିତ୍ତ୍ୱ କରିବା ସହ ଗୁରୁ ଛାତ୍ରଛାତ୍ରୀଙ୍କ ଅତୁଟ ବନ୍ଧନ ସଂମ୍ପର୍କରେ ଆଲୋକପାତ କରିଥିଲେ ।ଏହାପରେ ମହାବିଦ୍ୟାଳୟର ଅଧକ୍ଷା ସୁପ୍ରଭା ପଟ୍ଟନାୟକ ସର୍ବପଲ୍ଲି ରାଧାକ୍ରିଷ୍ନଙ୍କ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଏହାର ମହତ୍ୱ ବୁଝାଇଥିଲେ ।ସେହିପରି ଛାତ୍ରଛାତ୍ରୀମାନେ ମଧ୍ୟ ନିଜନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ । ସଭାସମାପ୍ତ ହେବାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା

LEAVE A REPLY

Please enter your comment!
Please enter your name here