ବହୁତ ଜଲଦି ଭୁବନେଶ୍ୱରବାସୀଙ୍କ ପାଇଁ ସ୍ମାର୍ଟ ବସ୍ ସେବା ଆରମ୍ଭ ହେବ ବୋଲି କ୍ୟାପିଟାଲ ରିଜିଅନ ଅରବାନ ଟ୍ରାନ୍ସପୋର୍ଟ (ସି.ଆର.ୟୁ.ଟି)ପକ୍ଷରୁ କୁହାଯାଇଛି . ତେବେ ଏହାର ଶୁଭାରମ୍ଭ ନଭେମ୍ବର 6 ତାରିଖ ଦିନ ହେବ ବୋଲି ସୂଚନା ଦିଆଯାଇଛି.  ଏହି ସ୍ମାର୍ଟ ବସ୍ ମୋବାଇଲ ଆପ୍ ଭଳି ଉନ୍ନତ ଧରଣର ଟେକ୍ନୋଲୋଜୀ ସହ ଆସିବ, ଯାହା ମାଧ୍ୟମରେ ଯାତ୍ରୀମାନେ ସେମାନଙ୍କ ଟିକେଟ ବୁକ୍ କରିପାରିବେ. ଏହାଛଡା ବସ୍ ର ଲୋକେସନ ଜାଣିବା ସହ ନିଜ ପ୍ରତୀକ୍ଷା ସମୟକୁ ମଧ୍ୟ କମ୍ କରିପାରିବେ. ଏହି ବସ୍ ରେ ସ୍ୱତନ୍ତ୍ର ଧରଣର କ୍ୟାବିନ ରହିବା ସହ ଘରୋଇ ବସ୍ ତୁଳନାରେ ଯାତ୍ରୀମାନଙ୍କ ଆରାମ ପାଇଁ ବିଶେଷ ଧରଣର ସୁବିଧା ରଖାଯାଇଛି. ଏହାଛଡା, ସି.ଆର୍.ୟୁ.ଟି ଭୁବନେଶ୍ୱର ସିଟି ବସ୍ ଆଧୁନିକିକରଣ ଯୋଜନା(ବି.ସି.ବି.ଏମ.ପି) ମାଧ୍ୟମରେ ନୂଆ ବସ୍ ଆଣିବା ପାଇଁ ଯୋଜନା ମଧ୍ୟ କରିଛି ଯାହା ମାଧ୍ୟମରେ 90ଟି ଇଲେକ୍ଟ୍ରିକ ବସ୍ ଆସିବା ସହ ସେହି ବସ୍ ପାଇଁ ବିଶେଷ ଧରଣର ଡିପୋ ନିର୍ମାଣ କରାଯିବ. ଏହା ସହ ଯାତ୍ରୀଙ୍କ ପ୍ରତୀକ୍ଷା ସମୟକୁ ଅଧିକ ଆରାମ ଦାୟକ କରିବା ପାଇଁ 300ଟି ବିକ୍ୟୁଏସ ର ବ୍ୟବସ୍ଥା ମଧ୍ୟ କରାଯିବ. ତା ସହ ସେଥିରେ 100ଟି ସାଇକେଲ ଡକିଂର ସୁବିଧା ମଧ୍ୟ ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ କରାଯିବ.

LEAVE A REPLY

Please enter your comment!
Please enter your name here