ମହାନଦୀକୁ ଡେଇଁ ଯୁବକ ନିଖୋଜ । ଜଗତସିଂହପୁର ତାରପୁର ନିକଟରେ ଘଟିଛି ଏହି ଘଟଣା । ମହାନଦୀ ପାଖରେ ସାଇକେଲ ଥୋଇ ହଠାତ୍ ପୋଲ ଉପରୁ ଜଣେ ଯୁବକ ନଦୀକୁ ଡେଇଁ ପଡିଥିବା ପ୍ରତ୍ୟକ୍ଷଦର୍ଶୀ ସୁଚନା ଦେଇଛନ୍ତି । ସୂଚନାଅନୁସାରେ, ଆଜି ସକାଳ ୯.୩୦ ମିନିଟ ସମୟରେ ଜଣେ ବ୍ୟକ୍ତି ସାଇକେଲକୁ ପୋଲ ଉପରେ ରଖି ହଠାତ ନଦୀକୁ ଡେଇଁ ପଡିଥିଲେ। ପରେ ପରେ ସ୍ଥାନୀୟ ଲୋକମାନେ ପୋଲିସ ଓ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଘଟଣା ପରେ ଅଗ୍ନିଶମ ବାହିନୀ ରେସ୍କ୍ୟୁ ଟିମ୍ ଖୋଜାଖୋଜି ଆରମ୍ଭ କରିଦେଇଛନ୍ତି । ପୋଲ ତଳେ ଏବଂ ନଦୀର ଅବବାହିକାରେ ସର୍ଚ୍ଚ ଅପରେସନ ଜାରି ରହିଛି । ସେପଟେ ନିଖୋଜ ଯୁବକ ଜଣକ କିଏ । କଣ ପାଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେ ସମ୍ପର୍କରେ ଏବେ ସୁଦ୍ଧା ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here