ଖୋଲିଲା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର । କରୋନା ଓ ଲକଡାଉନ୍ ଯୋଗୁ ୬ ମାସ ହେବ ବନ୍ଦ ଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜିଠୁ ଖୋଲିଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ଆଜି ସକାଳ ୬ଟାରୁ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ଖୋଲା ଯାଇଥିଲା । ଦିନକୁ ଅଢ଼େଇ ହଜାର ପର୍ଯ୍ୟଟକ ମନ୍ଦିର ବୁଲି ପାରିବେ ବୋଲି ଅନୁମତି ମିଳିଛି ।
ତେବେ କୋଭିଡ୍ ଗାଇଡଲାଇନକୁ ସମସ୍ତେ କଡ଼ାକଡ଼ି ପାଳନ କରିବେ । ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯାଉଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ନହେଲେ ପ୍ରବେଶ ଅନୁମତି ନାହିଁ । ସାନିଟାଇଜର ବ୍ୟବସ୍ଥା ମଧ୍ୟ ହୋଇଛି । ଏଥିସହିତ ସାମାଜିକ ଦୂରତା ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି। କରୋନା କଟକଣା ଯୋଗୁ ମାର୍ଚ୍ଚ ୧୬ ତାରିଖରୁ ବନ୍ଦ ରହିଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିର ।