ନୂଆ କ୍ୟୈଶଳ ଆପଣେଇଛନ୍ତି ଗଞ୍ଜେଇ ମାଫିଆ । ନୂଆ ଢଙ୍ଗରେ କରଛୁନ୍ତି ଗଞ୍ଜେଇ ଚାଲାଣ । ଏହି କ୍ୟୈଶଳରେ ସାମିଲ ହେଉଛନ୍ତି ଯୁବତୀ । ନିପଟ ଗାଁ ଗଣ୍ଡାର ଯୁବତୀ ମାନଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ଫାସରେ ଫସାଉଛନ୍ତି ଏହି ଗଞ୍ଜେଇ ମାଫିଆ । ପୋଲିସ ଓ ଅବକାରୀ ବିଭାଗ ହାତରୁ ଖସିବା ପାଇଁ ଏହା ହେଉଛି ମାଫିଆଙ୍କ ନୂଆ ଚାଲ । ଏହି କାମରେ ନିୟୋଜିତ ହେଉଛନ୍ତି ଗାଁ ଗଣ୍ଡାର ଯୁବତୀ । ନିରିହ ଯୁବତୀ ମାନେ ଅଧିକ ଟଙ୍କା ଉପାର୍ଜନ କରିବା ଲୋଭରେ ଅପରାଧ ଦୁନିଆରେ ଛନ୍ଦି ହେଉଛନ୍ତି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ରେଲୱେ ଷ୍ଟେସନରେ । ଏକ ସୁଟକେସ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ସ୍କ୍ୱାର୍ଡ ହାତରେ ଧରା ପଡିଛନ୍ତି ଦୁଇ ଜଣ ଯୁବତୀ । ସେମାନେ ହେଲେ କୋରାପୁଟ ଓ ସେମିଳିଗୁଡା ନିକଟସ୍ତ ଗାଁର ବୋଲି ଜଣା ପଡିଛି । ପୂର୍ବରୁ ଖବର ପାଇ ଯୋଜନା ମୁତାବକ ଅବକାରୀ ସ୍କ୍ୱାର୍ଡ ଯୁବତୀଙ୍କୁ ଅଟକ ରଖି ୪୨ କେଜି ଗଞ୍ଜେଇ ଜବଦ କରି ତାଙ୍କୁ କୋର୍ଟ ଚାଲାଣ କରିଛି । ଯୁବତୀଙ୍କ ପରିଚୟ ଏଯାଏଁ ମିଳିପାରିନି । ଦଲାଲ ଉଭୟ ଯୁବତୀଙ୍କୁ ଛଅ ଛଅ ହଜାର ଲେଖାଏଁ ଟଙ୍କା ଦେଇ,ଟ୍ରେନ ଯୋଗେ ବିହାର ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରିବାକୁ ଯୋଜନା କରିଥିବା ଅବକାରୀ ଅଧିକାରୀ ଗ୍ୟୈଡ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here