କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ । ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ ପାଇଁ ଗଡକରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂକୀର୍ଣ୍ଣ ବ୍ରିଜ୍ ଯୋଗୁଁ ସାଲେପୁର ଓ ମାହାଙ୍ଗାର ୩୦ଟି ପଞ୍ଚାୟତର ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେଉଛନ୍ତି । ଗଡକରୀଙ୍କୁ ଭେଟି ଆଲୋଚନା କରିବା ସହିତ ଏ ସର୍ମ୍ପକିତ ଚିଠି ପ୍ରଦାନ କରିଛନ୍ତି । ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥ ନମ୍ବର ଏନଏଚ-୫କୁ ସଂଯୋଗ କରୁଛି ଓଳାଶୁଣି ଛକ । ମାହାଙ୍ଗା ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ପ୍ରଧାନ ଅଭିଯୋଗ ଆଧାରରେ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର । ବ୍ରିଜର ସମ୍ପ୍ରସାରଣ ନେଇ ଅନୁଧ୍ୟାନ କରିବା ସହିତ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଗଡକରୀ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here