ମାଲକାନଗିରିରେ ଜିଲ୍ଲାପରିଷଦ ପାଇଁ ପ୍ରାର୍ଥୀ ହୋଇଥିବା ରୀନା କବାସି ନିଖୋଜ ହୋଇଛନ୍ତି । ଗତକାଲି ଠାରୁ ତାଙ୍କର କୌଣସି ଖୋଜଖବର ମିଳୁ ନ ଥିବା ସଂପର୍କରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । କାଲିମେଳା ଜୋନ୍ 2 ରୁ ସେ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ବିଜେପି ପକ୍ଷରୁ ରିନାଙ୍କ ନିଖୋଜ ନେଇ ସ୍ଥାନୀୟ ଥାନାରେ ମାମଲା ଦାୟର କରାଯାଇଛି । ରିନା କବାସୀଙ୍କ ନିଖୋଜ ପଛରେ ଶାସକ ବିଜେଡି ଦଳର ହାତ ରହିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ପୂର୍ବରୁ ରିନାଙ୍କୁ ଶାସକ ଦଳ ପକ୍ଷରୁ ଧମକ ଦିଆଯାଇଥିଲା ବୋଲି ବିଜେପି ଅଭିଯୋଗ କରିଛି । ଗତକାଲି ଠାରୁ ରିନା ନିଖୋଜ ଥିବା ବେଳେ ତାଙ୍କୁ ଖୋଜିବା ପାଇଁ ସ୍ଥାନୀୟ ପୋଲିସ କୌଣସି ତତ୍ପରତା ଦେଖାଉ ନ ଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here