ପୁଣି ଥରେ ଗୁରୁ ନାରେ ସଇତାନ ପାଲଟିଛି ଶିକ୍ଷକ. କଳାହାଣ୍ଡି ଜିଲ୍ଲାର ଥୁଆମୁଲ ରାମପୁର ବ୍ଲକ ସିରିମସ୍କା ରେସିଡେନସିଆଲ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା କରିଥିବା ଅଭିଯୋଗ ହୋଇଛି. ଯେଉଁଥିପାଇଁ ଜିଲ୍ଲା ଶିକ୍ଷାଧିକାରୀ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି. ନାବାଳିକାର ଅଭିଯୋଗ ଅନୁସାରେ, ଚଳିତ ବର୍ଷ ଗଣେଶ ପୂଜାରେ ଅଭିଯୁକ୍ତ ପ୍ରଧାନଶିକ୍ଷକ ବାଳକୃଷ୍ଣ ମହାପାତ୍ର ସେହି ଛାତ୍ରୀ ଜଣଙ୍କୁ ଅସଦାଚାରଣ କରିଥିଲେ ଏବଂ କାହା ଆଗରେ ନ କହିବା ପାଇଁ ମଧ୍ୟ ଧମକ ଦେଇଥିଲେ. ଏହି ବିଷୟରେ କାହା ଆଗରେ କହିଲେ ଦଶମ ପରୀକ୍ଷା ଦେଇପାରିବୁ ନାହିଁ ବୋଲି ମଧ୍ୟ ଧମକ ଦେଇଥିଲେ. ମାତ୍ର ଛାତ୍ରୀଜଣକ ଏହି ବିଷୟରେ ନିଜ ପରିବାରକୁ ଜଣାଇଥିଲେ ଓ ପରେ ପରିବାର ଲୋକେ କଲାହାଣ୍ଡି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ. ପରେ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାପାତ୍ର ଦୋଷୀ ସାବ୍ୟସ୍ତ ହୋଇଥିଲେ.

 

 

 

 

LEAVE A REPLY

Please enter your comment!
Please enter your name here