ରାଜଧାନୀ ଭୁବନେଶ୍ୱରରେ ସର୍ଗିଫୁଲ ୨୦୧୮କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ୧୯ରୁ ୨୧ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଆଦିବାସୀ ପ୍ରଦର୍ଶନୀ ପଡ଼ିଆ ୟୁନିଟ୍‌ ୧ରେ ତିନିଦିନ ଧରି ଚାଲିବ। ଏହି ଉତ୍ସବରେ ରାଜ୍ୟର ସମସ୍ତ ଜିଲାରୁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ସ୍କୁଲ, ସେବାଶ୍ରମ, ଉଚ୍ଚ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଓ ଶିକ୍ଷା ପୁଞ୍ଜ ସମୂହରେ ପଞ୍ଚମରୁ ଦଶମ ଶ୍ରେଣୀର ୯୨୫ ଛ୍ରାତୀଛାତ୍ର ଯୋଗ ଦେଇଥିଲେ। ଏହି ଉତ୍ସବରେ ୨୦୧୮ ମାଟ୍ରିକ ପରୀକ୍ଷାରେ ସବୋର୍ଚ୍ଚ ନମ୍ବର ରଖି କୃତିତ୍ୱ ଅର୍ଜନ କରିଥିବା ୧୩୨ ଛାତ୍ରୀଛାତ୍ରଙ୍କୁ ଏବଂ ବିଭିନ୍ନ ସେବା ସହ ବିଭିନ୍ନ ଦିଗରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ୫୦ ହାଇସ୍କୁଲକୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜନଜାତି ହାଟରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ହାଟରେ କେବଳ ଆଦିବାସୀ ସାମଗ୍ରୀ ମିିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here