ଆମ୍ବୁଲାନ୍ସ ଦର ନିର୍ଦ୍ଧାରଣ କଲେ ସରକାର । ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସର ଦର ନିର୍ଦ୍ଧାରଣ ନେଇ ବିଗ୍ୟପ୍ତି ପ୍ରକାଶ କରିଛି ରାଜ୍ୟ ପରିବହନ ବିଭାଗ । ମାରୁତି , ଓମିନି ଭଳି ଛୋଟ ଆମ୍ବୁଲାନ୍ସରେ ୧୦ କିଲୋମିଟର ପାଇଁ ଭଡା ରହିବ ୭୫୦ ଟଙ୍କା । ଏହା ପରେ କିଲୋମିଟର ପିଛା ୩୦ ଟଙ୍କା ହିସାବରେ ଭଡା ଦେବାକୁ ପଡିବ । ସାଧାରଣ ଲାଇଫ୍ ସପୋର୍ଟ ସିଷ୍ଟମ ଥିବା ଛୋଟ ଆମ୍ବୁଲାନ୍ସ ଭଡା ୧୦ କିଲୋମିଟରକୁ ୧୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ୧୦ କିଲୋମିଟରରୁ ଅଧିକା ହେଲେ କିଲୋମିଟର ପିଛା ୫ଟଙ୍କା ଦେବାକୁ ପଡିବ । ଏହାସହ ବାଲେରୋ ପରି ମଧ୍ୟବର୍ଗର ଆମ୍ବୁଲାନ୍ସ ପାଇଁ ଭଡା ୧ ହଜାର ଏବଂ ଲାଇଫ ସପୋର୍ଟ ଥିଲେ ୧୫୦୦ ଶହ ଟଙ୍କା ଦେବାକୁ ପଡିବ । ସେହିଭଳି ୱିଙ୍ଗର ଭଳି ବଡ ଆମ୍ବୁଲାନ୍ସ ୧୦ କିଲୋମିଟରକୁ ୧୨୫୦ ଟଙ୍କା ଏବଂ ଲାଇଫ ସପୋର୍ଟ ଥିଲେ ୨୦୦୦ ଟଙ୍କା ରହିବ । ବଡ ଆମ୍ବୁଲାନ୍ସରେ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୧୦ କିଲୋମିଟରକୁ ୩୦୦୦ ଟଙ୍କା ପଡିବ ଦର । ବଡ ଆମ୍ବୁଲାନ୍ସରେ ୧୦ କିଲୋମିଟର ପରେ ହେଲ କି.ମି ପିଛା ଅତିରିକ୍ତ ଦେୟ ୫୦ ଟଙ୍କା ଦେବାକୁ ପଡିବ ।