ଅନ୍ଧବିଶ୍ୱାସର କରୁଣ କାହାଣୀ । ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ତିନି ଜଣକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଚାଞ୍ଚଲ୍ୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକରେ । ନିର୍ମମ ଭାବେ ହତ୍ୟା କରିବା ପରେ ସେମାନଙ୍କୁ ପୋଡି ଦିଆଯାଇଥିବା ସନ୍ଦେହ କରାଯାଉଛି । ସୁଚନାଅନୁସାରେ, ଉକୁମବାଗୁଡା ବଡ ସାହିରେ ରହୁଥିବା ଗୋପାଳ ଶବର(୪୫) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଶବର(୪୦)ଙ୍କୁ ଗତ ୨୪ ତାରିଖ ଦିନ ରାତିରେ ଘର ବାହାରକୁ ଡାକିନେଇ ଗାଁ ଦାଣ୍ଡରେ ପାଖରେ ହତ୍ୟା କରିଥିଲେ ଗାଁ ଲୋକେ । ସେମାନଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରାଯାଇଥିବା ତାଙ୍କ ଝିଅ ସବିତା ଶବର ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଗୁଣପୁର ପୋଲିସ ଓ ସାଇଣ୍ଟଫିକ ଟିମ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ତିନିଜଣଙ୍କ ମୃତ ଦେହ ମିଳିନଥିବା ବେଳେ ଅଭିଯୁକ୍ତମାନେ ଫେରାର ଅଛନ୍ତି । ପୁରା ଗାଁ ଖାଲି ଥିବା ବେଳେ ପୋଲିସ ଛାନଭିନ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here