ଏକ ଘରୋଇ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି. ମିଳିଥିବା ସୂଚନା ଅନୁସାରେ, ଝାରସୁଗୁଡାର ଜଣେ ଝିଅ ରାଉରକେଲାର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିଲେ. କଲେଜ ଛୁଟି ଥିବାରୁ ସେ ଡିସେମ୍ବର 31 ତାରିଖ ଦିନ ଘରକୁ ଯିବା ପାଇଁ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲେ. ପରେ ସେଠାରେ ଜଣେ ପରିଚିତଙ୍କ ସହ ତାଙ୍କର ଦେଖାହୋଇଥିଲା. ତେବେ ସେହି ପରିଚିତ ବ୍ୟକ୍ତି ଜଣକ ଅନ୍ୟ ଗୋଟିଏ ଟ୍ରେନ ଦେଖାଇ ତାହା ଝାରସୁଗୁଡା ଯିବ ବୋଲି କହିଥିଲା. ଯୁବତୀ ଜଣକ ନ ଜାଣିପାରି ତାଙ୍କ ସହ ସେହି ଟ୍ରେନରେ ଚଢିଯାଇଥିଲେ. ଶେଷରେ ଟ୍ରେନଟି ଝାରସୁଗୁଡା ନ ଯାଇ ଝାଡଖଣ୍ଡ ରୁଟ୍ ରେ ଯାଇଥିଲା ଓ ଝାଡଖଣ୍ଡ ଲୋଟାପାହାଡ ଷ୍ଟେସନରେ ଓହ୍ଲାଇ ଝାରସୁଗୁଡା ଯିବାକୁ ପରିଚିତ ବ୍ୟକ୍ତି ଜଣକ ସେହି ଯୁବତୀଙ୍କୁ କହିଥିଲା. ପରେ ଏକ ଘରକୁ ନେଇ ସେହି ଯୁବତୀଙ୍କୁ ରଖିଥିଲା. ପରବର୍ତ୍ତୀ ସମୟରେ ସେହି ଯୁବକ ତାର 5 ଜଣ ସାଙ୍କକୁ ନେଇ ସେହି ଘରେ ପହଞ୍ଚିଥିଲା. ଲଗାତର ଦୁଇ ଦିନ ଧରି ଦୁଷ୍କର୍ମ କରିବା ପରେ ଜାନୁୟାରୀ 1 ତାରିଖରେ ଯୁବତୀକୁ ଛାଡି ଦେଇଥିଲା. ପରେ ଯୁବତୀ ଜଣଙ୍କ ଚକ୍ରଧରପୁର ଥାନାରେ ଏ ନେଇ ଅଭିଯୋଗ କରିଥିଲେ. ଏ ମାମଲାରେ ରାଉରକେଲା ଜିଆରପିରେ ମାମଲା ରୁଜୁ କରାଯାଇଛି ଓ ଯୁବତୀଙ୍କ ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି.














