ମାହାଙ୍ଗା ଗଣହତ୍ୟା ମାମଲାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ରିପୋର୍ଟ ଅନୁସାରେ, ଦେହର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ ରହିଛି କ୍ଷତ ଚିହ୍ନ । ହତ୍ୟାକାଣ୍ଡରେ ଧାରୁଆ ଅସ୍ତ୍ର ବ୍ୟବହାର ହୋଇଥିବା କ୍ଷତ ଚିହ୍ନରୁ ସ୍ପଷ୍ଟ ହୋଇଛି । ହତ୍ୟାକାଣ୍ଡବେଳେ ସମସ୍ତେ ପ୍ରତିରୋଧ କରିଥିଲେ । ଟଣାଭିଡ଼ା ଓ ଜୋରଜବରଦସ୍ତ ଭିତରେ ହତ୍ୟାକାଣ୍ଡ ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି । ବିଷକ୍ରୀୟା ଜନିତ ମୃତ୍ୟୁ ନେଇ ସୂଚନା ନାହିଁ । ଏନେଇ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି ଯୁଗଳ କିଶୋର ବନୋଥ ।ଜମିବାଡ଼ି ବିବାଦରୁ ମାହାଙ୍ଗା କୁସୁପୁରରେ ସାନ ଭାଇ ଶିବ ପ୍ରସାଦ ସାହୁ ବଡ଼ଭାଇ ଅଲ୍ଲେଖ ପ୍ରସାଦ ସାହୁଙ୍କ ପୁରା ପରିବାରକୁ ଗତ ସପ୍ତାହରେ ହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here