ଘର ଅଛି ହେଲେ ପୁରା ଗାଁ ଶୂନ ଶାନ୍ । ଖାଁ ଖାଁ ବୌଦ୍ଧ ଜିଲ୍ଲା କୁଲପଡା ଗାଁ । ମନମୁଣ୍ଡା ଥାନାରୁ କଣ୍ଟାମାଳ ଯାଇଥିବା ରାଜ୍ୟ ରାଜପଥର ଠିକ୍ କଡରେ ରହିଥିବା ଗାଁଟିରେ ଲୋକ ନାହାଁନ୍ତି । ପୁରା ଗାଁ ଖାଁ ଖାଁ । ସବୁ ଘରର କବାଡ ଓ ଝରକା ମାଟି ପୋତା ହୋଇଛି । ଅଥଚ ବିଦ୍ୟୁତ୍ ସଂଯୋଗ ରହିଛି । ସାରା ଗାଁର ଏଭଳି ସ୍ଥିତି ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ତାଠୁ ଅଧିକ ବିସ୍ମିତ କରୁଛି ଏହାର କାରଣ । ଗାଁରେ କୁଆଡେ ଦୁଷ୍ଟ ଆତ୍ମା ରହୁଛି । ଗୁଣି ଗାରେଡି କରାଯାଉଛି । ଯାହାର ପ୍ରଭାବରେ ଗାଁରେ ଅନେକ ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି । ଏଭଳି ଅଭିଯୋଗ ସହ ଜୀବନ ଭୟରେ ଗାଁ ଲୋକ ପିଲା ଛ୍ରୁଆଙ୍କୁ ଧରି ନିଜ ଭିଟାମାଟି ଛାଡି ଅନ୍ୟତ୍ର ରହୁଛନ୍ତି । ଗାଁକୁ ଫେରିବାକୁ ବି କେହି ଚାହୁଁନାହାଁନ୍ତି । ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା । ତନ୍ତ୍ର ମନ୍ତ୍ର ପାଇଁ ଘରର ଛୁଆ ଭେଣ୍ଡିଆଙ୍କ ଜୀବନ ଯାଇଛି । କୁଲପଡା ଗାଁରେ ଗତ ଦୁଇ ବର୍ଷ ହେଲା ଏହିଭଳି ଆତଙ୍କ ଖେଳାଇଛି ଅନ୍ଧ ବିଶ୍ୱାସ । ୧୮ ଘର ଜନଶୂନ୍ୟ । କିଏ ଜୀବନ ବଞ୍ଚାଇବା ଆଶାରେ ଦୂରକୁ ଚାଲି ଯାଇଛି । ତ ଆଉ କିଏ ପକ୍କା ଘର ଛାଡି ଗାଁ ନିକଟ ପଡିଆରେ ଝୁପୁଡି କରି ରହୁଛନ୍ତି । ଏଭଳି ସ୍ଥିତିରେ ଦାରଦ୍ର‌୍ୟ ସେମାନଙ୍କ ଜୀବନକୁ ଦୁର୍ବିସହ କରିଛି । ଏଭଳି ଚିନ୍ତା ଜନକ ସ୍ଥିତିବେଳେ ଜିଲ୍ଲାପାଳ ଦେଇଛନ୍ତି ଅଶ୍ୱାସନାର ପ୍ରତିଶ୍ରୁତି । ଆଜିର ବିଗ୍ୟାନ ଯୁଗରେ ବି ଲୋକଙ୍କ ମନରେ ଭରି ରହିଛି ଅନ୍ଧ ବିଶ୍ୱାସ । ତେବେ କେବେ ଏ ଅନ୍ଧ ବିଶ୍ୱାସରୁ ଦୂରେଇ ରହିବେ ଲୋକେ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା

LEAVE A REPLY

Please enter your comment!
Please enter your name here