ପ୍ରବଳ ଶୀତରେ ଥରୁଛି ସାରା ଓଡିଶା | ରାଜ୍ୟରେ ଏବେ ଶୀତ ଲହରୀ ଜାରି ରହିଥିବା ବେଳେ ଆଜି ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି | ସବୁଠାରୁ ଥଣ୍ଡା ସହରଭାବେ ସୋନପୁର ଓ ଫୁଲବାଣୀର ତାପମାତ୍ରା ୬ ଡିଗ୍ରୀରେ ରହିଛି | ଏଥିସହ ପୁରୀରେ ୬.୬ ଡିଗ୍ରୀ , ଟିଟିଲାଗଡ଼ରେ ୭.୧, ଦାରିଙ୍ଗବାଡ଼ିରେ ୭.୫, ଭବାନୀପାଟଣାରେ ୮.୫, କୋରାପୁଟରେ ୯, କେନ୍ଦୁଝରରେ ୯.୧, ଝାରସୁଗୁଡ଼ାରେ ୯.୪, ସମ୍ବଲପୁରରେ ୯.୬ ଓ ତାଳଚେରରେ ୯.୭ ଡିଗ୍ରୀ ତାପମାତ୍ରା ରହିଛି | ଅପରପକ୍ଷେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୫ଟି ସହରକୁ “କୋଲ୍ଡ ୱେଭ୍‌ ପାଇଁ ରୁ ସତର୍କ ସୂଚନା ଜାରି କରାଯାଇଛି | ଏହି ଜିଲ୍ଲା ଗୁଡ଼ିକ ହେଛି- ଅନୁଗୋଳ, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ ଓ ନୟାଗଡ଼ |

LEAVE A REPLY

Please enter your comment!
Please enter your name here