ତିନିଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇବା ପାଇଁ ବିଜେଡି ପାଖରେ ସଂଖ୍ୟା ଥିବା ବେଳେ ଦଳ ଚାରିଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି I ଚତୁର୍ଥ ପ୍ରାର୍ଥୀ ଭାବେ ବିଜେଡି ଦଳର ମୟୁରଭଞ୍ଜ ନେତ୍ରୀ ମମତା ମହନ୍ତଙ୍କ ନାଁ ଘୋଷଣା କରିଛି I ମମତାଙ୍କ ଜିତାଇବାକୁ ହେଲେ ବିଜେଡିକୁ ଅତି କମରେ ସାତଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଛି I ମାତ୍ର ଗତବର୍ଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡି ଗୋଟିଏ ଆସନ ବିଜେପିକୁ ଛାଡି ଦେଇଥିଲା ଏବଂ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ I ଅତଏବ ଦୁଇ ଦଳ ଭିତରେ ଥିବା ରାଜନୈତିକ ବୁଝାମଣା ଭିତ୍ତିରେ ବିଜେଡିର ଚତୁର୍ଥ ପ୍ରାର୍ଥୀ ଜିତିବା ନିଶ୍ଚିତ ବୋଲି କୁହାଯାଉଛି I ଜଣେ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପି ପାଖରେ ସଂଖ୍ୟା ନଥିବାରୁ ବିଜେପି ଏଥରକ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବାର ସମ୍ଭାବନା ନାହିଁ ବୋଲି ମିଳିଥିବା ସୂତ୍ରରୁ ଜଣାପଡିଛି I

LEAVE A REPLY

Please enter your comment!
Please enter your name here