ବିଜେଡି ସୁପ୍ରିମୋ ନବୀନ ପଟନାୟକ ରାଜ୍ୟସଭା ପାଇଁ ଚାରିଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି I ନିର୍ମାଣ ଶ୍ରମିକ ବୋର୍ଡ ସଭାପତି ସୁବାସ ସିଂ, ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ମୁନା ଖାଁ, ଉନ୍ନୟନ ପରିଷଦ ଉପଦେଷ୍ଟା ସୁଜିତ କୁମାର ଓ ମୟୁରଭଂଜ ବିଜେଡି ନେତ୍ରୀ ମମତା ମହାନ୍ତଙ୍କ ନାଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି I ବିଜେଡିର ସଂଖ୍ୟାଦୃଷ୍ଟିରୁ ତିନିଜଣ ପ୍ରାର୍ଥୀଙ୍କ ବିଜୟ ସହଜ ହୋଇଥିଲେ ମଧ୍ୟ ଚତୁର୍ଥ ପ୍ରାର୍ଥୀ ମମତାଙ୍କ ବିଜୟ ପାଇଁ ବିଜେଡିକୁ ଆଉ ସାତଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଛି I ରାଜ୍ୟସଭା ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିବା ବେଳେ ଆଶାୟୀ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ନିରାଶ ହେବାକୁ ପଡିଛି I

LEAVE A REPLY

Please enter your comment!
Please enter your name here