ଚଳନ୍ତା ବସ୍ ରୁ ପଳାଇଗଲା ଚକା । ଆଉ ବଡ ଦୂର୍ଘଟଣାରୁ ବର୍ତ୍ତିଗଲେ ୪୦ ଯାତ୍ରୀ । ଉମରକୋଟରୁ ଜୟପୁରକୁ ଯାଉଥିବା ଏକ ଘରୋଇ ବସ ର ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ଏବଂ ଡାବୁଗାଁ ନିକଟ ମହେନ୍ଦ୍ରୀ ଗାଁ ନିକଟରେ ଏହି ଅଘଟଣ ଘଟିଛି । ଆଜି ସକାଳ ପ୍ରାୟ ୬ଟା ସମୟରେ ବସ୍‌ଟି ଉମରକୋଟରୁ କୋରାପୁଟ ଅଭିମୁଖେ ଯାଉଥିଲା। ଏହି ସମୟରେ ଡାବୁଗାଁ ନିକଟ ମହେନ୍ଦ୍ରୀ ଗାଁ ନିକଟରେ ବସ୍‌ର ପଛ ୪ଟି ଚକ ବାହାରି ଧାନ ବିଲକୁ ଗଡ଼ି ଯାଇଥିଲା। ତେବେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଡାବୁଗାଁ ପୁଲିସ୍ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here