ମାଲକାନଗିରି ଡିଗ୍ରୀ କଲେଜରେ ଯୁକ୍ତ ୩ ପରୀକ୍ଷାବେଳେ ଅବ୍ୟବସ୍ଥା । ଆନ୍ଧ୍ର କଲେଜ ବିଭାଗର ପ୍ରଥମ ସେମିଷ୍ଟାର ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦେଢଘଣ୍ଟା ବିଳମ୍ବରେ ପ୍ରଶ୍ନପତ୍ର ମିଳିଥିବା ଅଭିଯୋଗ ହୋଇଛି । ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ପ୍ରଶ୍ନପତ୍ର ମିଳିବାରେ ବିଳମ୍ବ ହୋଇଥିଲା । ଏହି ପ୍ରସଙ୍ଗରେ କଲେଜ କର୍ତ୍ତୃପକ୍ଷ କହିଛନ୍ତି ଯେ ପ୍ରଶ୍ନପତ୍ର ଖୋଲିବା ବେଳେ ପ୍ୟାକେଟରେ ଅନ୍ୟ ବିଭାଗର ପ୍ରଶ୍ନପତ୍ର ଥିଲା । ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା । ପରେ ବିଶ୍ୱବିଦ୍ୟାଳୟରୁ ମେଲ ଯୋଗେ ପ୍ରଶ୍ନପତ୍ର ଫଟୋ କପି ଆସିବା ପରେ ଏହାକୁ ଜେରକ୍ସ କରି ଛାତ୍ରଛାତ୍ରୀଙ୍କୁ ଦେଇଥିଲେ କଲେଜ କର୍ତ୍ତୃପକ୍ଷ । ଦେଢଘଣ୍ଟା ବିଳମ୍ବରେ ପରୀକ୍ଷା ଆରମ୍ଭ ହେଇଥିବାରୁ ପିଲାଙ୍କୁ ଅଧିକ ଦେଢଘଣ୍ଟା ସମୟ ଦିଆଯାଇଥିଲ ।

LEAVE A REPLY

Please enter your comment!
Please enter your name here