ଭୁବନେଶ୍ବର – ଚଳିତବର୍ଷର ସସ୍ମିତା ସ୍ମାରକୀ ମେଧା ପୁରସ୍କାର ମଧୁସ୍ମିତା ବେହେରା ଏବଂ ଅଶ୍ବିନୀ ମହାନ୍ତି ସ୍ମାରକୀ ମେଧା ପୁରସ୍କାର ଆଶୁତୋଷ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିଟ ଏକ ନିରାଡମ୍ବର ଉତ୍ସବରେ ଚଳିତବର୍ଷର ଏହି ମେଧା ପୁରସ୍କାର ଆଶୁତୋଷ ମହାପାତ୍ର ଓ ମଧୁସ୍ମିତା ବେହେରାଙ୍କୁ ପ୍ରଦାନ କରାଯାଇଛି । ପୁରସ୍କାର ରାଶି ବାବଦରେ ପ୍ରତ୍ୟେକଙ୍କୁ ଦୁଇହଜାର ଏକଟଙ୍କା ଲେଖାଁଏ ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପୁରାତନ ଛାତ୍ରୀ ବିଦ୍ୟୁତଲତା ଶତପଥୀ, ଅତିସ ମହାନ୍ତି, ସ୍ମୃତି କମିଟି ଆବାହକ ସୁଜାତା ମହାନ୍ତି ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ଅଶ୍ବିନୀ ମହାନ୍ତିଙ୍କ ରଚିତ କବିତା ପୁସ୍ତକ ‘ଜୀବନ ସଙ୍ଗୀତ’ ଉନ୍ମୋଚନ ହୋଇଥିଲା ।

ନୂଆପଲ୍ଲୀସ୍ଥିତ ସୟଦ ମମତାଜ ଅଲ୍ଲୀ ହାଇସ୍କୁଲରେ ପ୍ରତିବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀଙ୍କୁ ସସ୍ମିତା ସ୍ମାରକୀ ମେଧା ପୁରସ୍କାର ଓ ଛାତ୍ରଙ୍କୁ ଅଶ୍ବିନୀ ସ୍ମାରକୀ ମେଧା ପୁରସ୍କାର ପ୍ରଦାନ କରାଯାଇଆସୁଛି ।

LEAVE A REPLY

Please enter your comment!
Please enter your name here