ପ୍ରଚଣ୍ଡ ତାତି ପାଇଁ ସ୍କୁଲ୍ ଛୁଟି । ପିଲାମାନେ ଘରେ ବୋର୍ । ଏମିତି ସମୟରେ ପିଲାଙ୍କ ସୃଜନାତ୍ମକ ମନୋରଂଜନ ପାଇଁ ଲିଙ୍ଗିପୁରସ୍ଥିତ ସେଣ୍ଟ ଜାଭିୟର୍ସ ପ୍ଲେ ସ୍କୁଲ ପକ୍ଷରୁ ଆୟୋଜନ ହୋଇଥିଲା ସମର କ୍ୟାମ୍ପ । କୁନି କୁନି ଶିଶୁମାନଙ୍କ ସୃଜନାତ୍ମକ ବିକାଶ ପାଇଁ କ୍ୟାମ୍ପରେ ଆର୍ଟ ଆଣ୍ଡ୍ କ୍ରାଫ୍ଟ, ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରିବା, ଯୋଗ, ଜୁମ୍ବା ଓ ନୃତ୍ୟ ଶିକ୍ଷା ଦିଆଯାଇଥିଲା । ଚିତ୍ରଶିଳ୍ପୀ ସୁଭଦ୍ରା ମହାନ୍ତି ଚିତ୍ରାଙ୍କନ ବିଷୟରେ ପିଲାମାନଙ୍କୁ ପଢ଼ାଇଥିଲେ I ପୋଟେରୀ ଆର୍ଟିଷ୍ଟ ବିଶ୍ବରଂଜନ କର ପିଲାମାନଙ୍କୁ ମାଟିରେ କେମିତି ପଶୁପକ୍ଷୀ, କଳସ ଇତ୍ୟାଦି ସହଜରେ ତିଆରି କରାଯାଇପାରିବ, ତାଲିମ ଦେଇଥିଲେ । ପିଲାମାନେ ବି ନିଜେ ମାଟିରେ ଛୋଟ ଛୋଟ ସାମଗ୍ରୀ ତିଆରି କରି ବେଶ୍ ଖୁସି ହୋଇଥିଲେ । ସେହିପରି ନୃତ୍ୟ ଶିକ୍ଷକ ଆଶିଷ ସାହୁ ପିଲାମାନଙ୍କୁ ନୃତ୍ୟକଳା ଶିଖାଇଥିଲେ । ସମରକ୍ୟାମ୍ପର ଶେଷ ଦିନରେ ପିଲାମାନେ ସୁଇମିଂ ପୁଲରେ ଭରପୁର ମଜା ନେଇଥିଲେ । ଚାରିଦିନିଆ ଶିବିରର ଉଦଯାପନୀ ଦିବସରେ ଲିଙ୍ଗିପୁର ପଞ୍ଚାୟତ ସରପଞ୍ଚ କ୍ଷିରୋଦ ପ୍ରଦାନ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ସାର୍ଟିଫିକେଟ ଓ ଉପହାର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଇଣ୍ଡିଆ ଫାଉଣ୍ଡେସନର ଅଧ୍ୟକ୍ଷ ସଂଗ୍ରାମ ପଟ୍ଟନାୟକ, ଡାଇରେକ୍ଟର ଲିଜାଲିନ ପଟ୍ଟନାୟକ, ପ୍ଲେ ସ୍କୁଲର ସେକ୍ରେଟାରୀ ଅପୂର୍ବ କୁମାର ମହାନ୍ତି, ଡାଇରେକ୍ଟର ଯମୁନା ରାଉତରାୟ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରକୁ ସେଣ୍ଟ ଜାଭିୟର୍ସ ପ୍ଲେ ସ୍କୁଲର ଶିକ୍ଷୟିତ୍ରୀ ଶ୍ରାବଣୀ ମୁଖାର୍ଜୀ, ସୁଶ୍ରିତା ଓ ରୂପଶ୍ରୀ ଜେନା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here