ସିବିଆଇ ଦ୍ବାରା ଗିରଫ ହେଲେ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା । ଚିଟଫଣ୍ଡ୍ ସଂସ୍ଥା ଅର୍ଥତତ୍ତ୍ୱ ସହିତ ଲିଙ୍କ୍ ଅଭିଯୋଗ ମାମଲାରେ ତାଙ୍କୁ ଗିରଫ କରାଯାଇଛି | ତାଙ୍କୁ ସିବିଆଇ କଟକ ସ୍ଥିତ ବାସଭବନରୁ ବୁଧବାର ରାତିରେ ଉଠେଇନେଇଛି | ପୂର୍ବରୁ ଆଶୀର୍ବାଦଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ | ଏଥିସହ ସିବିଆଇ ମଧ୍ୟ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ଗିରଫ କରିଛି | ପାଖାପାଖି ୧୦ରୁ ୧୨ ଜଣିଆ ସିବିଆଇ ଟିମ୍ ଆଶୀର୍ବାଦଙ୍କ ବାସଭବନରେ ରେଡ଼୍ କରି ପଚରାଉଚରା ପରେ ତାଙ୍କୁ ଗିରଫ କରିଛି | ପୂର୍ବରୁ ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇ ଏକାଧିକ ବାର ଜେରାର ସମ୍ମୁଖୀନ ହୋଇଥିଲେ ଆଶିର୍ବାଦ । ସୂଚନାଯୋଗ୍ୟ ସିବିଆଇ ପୂର୍ବରୁ ଆଶୀର୍ବାଦଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କରିଥିଲା ଏବଂ ଜେରା କରିଥିଲା । ଏହି ମାମଲାର ଅନ୍ୟ ଦୁଇ ଅଭିଯୁକ୍ତହେଲେ ଖାରବେଳ ନଗର ଥାନା ପାଖରେ ଥିବା ହୋଟେଲ ସୋଲାନ ଇନ୍‌ର ମାଲିକ କମଳାକାନ୍ତ ଦାସ ଓ ଏଟି ଗ୍ରୁପ୍‌ ନିର୍ଦ୍ଦେଶକ ସମ୍ବିତ ଖୁଣ୍ଟିଆ । ସମ୍ବିତଙ୍କୁ ୨୦୧୪ ଅଗଷ୍ଟ ୧୬ରେ ଖୋର୍ଦ୍ଧା ବାଟମଙ୍ଗଳା ହାଉସିଂବୋର୍ଡରେ ଥିବା ତାଙ୍କ ଘରୁ ସିବିଆଇ ଗିରଫ କରିଥିଲା । ଆଗରୁ କମଳାକାନ୍ତ ବି ଜେରାର ସମ୍ମୁଖୀନ ହୋଇଥିଲେ । ପୂର୍ବରୁ ଏହି ମାମଲାରେ ୮ଟି କମ୍ପାନୀ ଓ ୩୩ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ୬ ଚାର୍ଜସିଟ୍‌ ସହ ୪ଟି ଅତିରିକ୍ତ ଚାଜସିଟ୍‌ ଦାଖଲ କରିସାରିଥିବା କୁହାଯାଉଛି । ସେପଟେ ଆଶୀର୍ବାଦଙ୍କ ପୁଅ ଆଶୀର୍ବାଦଙ୍କ ଗିରଫକୁ ନେଇ ଏକ ବଡ ଷଡଯନ୍ତ୍ର ଥିବା କହିଛନ୍ତି |

LEAVE A REPLY

Please enter your comment!
Please enter your name here