ଉତ୍କଳ ବିଶ୍ୱ ବିଦ୍ୟାଳୟ ଅଚାନକ ଗସ୍ତ କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ | ଅଚାନକ ବିଶ୍ୱ ବିଦ୍ୟାଳୟ ପରିଦର୍ଶନ କରି ହଷ୍ଟେଲର ଭିତ୍ତିଭୂମି ଓ ଅନ୍ୟାନ୍ୟ ବିଷୟରେ ପଚାରି ବୁଝିବା ସହ ବିଭିନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଜି ପୁରା ଦିନ ସାରା ମନ୍ତ୍ରୀ ବିଶ୍ଵ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସହ ସମୟ କାଟିବେ । ଗତ ଦୁଇ ଦିନ ତଳେ ୧୦ ଦଫା ଦାବି ପୂରଣ ନେଇ ଅଶାନ୍ତ ହୋଇପଡ଼ିଥିଲା ବିଶ୍ୱବିଦ୍ୟାଳୟ | ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ | ଏପରିକି ପୋଲିସ ଓ ଛାତ୍ରଛାତ୍ରୀମାନେ ମୁହାଁମୁହିଁ ହୋଇଯାଇଥିଲେ | ଭୁବନେଶ୍ୱର ଡିସିପି ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଛାତ୍ରଛାତ୍ରୀମାନଙ୍କୁ ବୁଝା ସୁଜା କରିବା ସହ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା | ସେପଟେ ବିଶ୍ୱ ବିଦ୍ୟାଳୟର ଉର୍ନ୍ନତି ପାଇଁ କୋଟି କୋଟି ଟଙ୍କା ଆସୁଥିବା ବେଳେ ତାହା କଣ ପାଇଁ ବିକାଶ କାର୍ଯ୍ୟ ରେ ଲାଗି ପାରୁନାହିଁ ତାହାକୁ ନେଇ ବିରକ୍ତ ପ୍ରକାଶ କରିଥିଲେ ମନ୍ତ୍ରୀ | ଏହି ଗସ୍ତ ସମୟରେ ମନ୍ତ୍ରୀଙ୍କ ସହ ସ୍ଥାନୀୟ ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ରହିଥିଲେ |

LEAVE A REPLY

Please enter your comment!
Please enter your name here