ଚାଲିଗଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାଏକ । ଭାରତଛାଡ ଆନ୍ଦୋଳନରେ ସାମିଲ ହୋଇ ୯ ମାସ କାରାବରଣ କରି ପଶ୍ଚିମ ଓଡିଶାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଦୟାନିଧି ନାଏକ ଆଉ ଏବେ ନାହାଁନ୍ତି । ବରଗଡ ଜିଲ୍ଲା ସୋହେଲା ବ୍ଲକ,ପାଣିମୋରା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଦୟାନିଧି ୯୪ ବର୍ଷ ବୟସରେ ଇହଧାମ ଛାଡି ଚାଲି ଯାଇଛନ୍ତି ଆରପାରିକୁ । ଆଜି ସକାଳେ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରି ତାଙ୍କର ଚିକିତ୍ସା କରାଯାଇଥିଲା । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ମର ଶରୀରକୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଓ ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଶ୍ରଦ୍ଧା ସୁମନ ଜଣାଇଥିଲେ । ପରେ ପ୍ରଶାସନ ତରଫରୁ ତ୍ରିରଙ୍ଗା ପତାକା ଦେଇ ଗାର୍ଡ ଅଫ ହନର ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here