New Delhi: Congress President Rahul Gandhi with senior party leader Sonia Gandhi during Congress Working Committee (CWC) meeting, at AICC HQ in New Delhi, Saturday, Aug 10, 2019. (PTI Photo) (PTI8_10_2019_000062B)

77 ଦିନ ପରେ ବି କଂଗ୍ରେସକୁ ନେତା ମିଳିଲେନି I ନିର୍ବାଚନ ବିପର୍ଯ୍ୟୟ ପରେ ଏଆଇସିସି ସଭାପତି ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ସଭାପତି ପଦ ଖାଲି ପଡିଛି I ସିଡବ୍ଲୁସି ରାହୁଲଙ୍କ ଇସ୍ତଫାକୁ ଗ୍ରହଣ କରି ନେଇଥିଲେ ହେଁ ସଭାପତି ଶିରୋପା କାହା ମୁଣ୍ଡରେ ବାନ୍ଧିବାକୁ ବିଫଳ ହୋଇଛି I ମଲିକାର୍ଜୁନ ଖାଡଗେ, ମୁକୁଲ ଓାସନିକ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଁ ସଭାପତି ପଦ ପାଇଁ ଆଲୋଚନା ହୋଇଥିଲେ ମଧ୍ୟ ଏ ସବୁ ନାଁକୁ ନେଇ ସିଡବ୍ଲୁସି ବୈଠକରେ ସବୁ ନେତା ସହମତ ହୋଇପାରିନାହାନ୍ତି I ଅଣ ଗାନ୍ଧିପରିବାରରୁ କାହାକୁ ନେତା ବାଛିବାରେ କଂଗ୍ରେସ ବିଫଳ ହେବା ପରେ ସୋନିଆ ଗାନ୍ଧିଙ୍କୁ ପୁଣିଥରେ ସଭାପତି ଭାବେ ଦାୟିତ୍ବ ଦେବାକୁ ନିଷ୍ପତ୍ତି ହୋଇଛି I ତେବେ ସ୍ଥାୟୀ ସଭାପତି ଚୟନ କରିବା ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ଦଳର ମଧ୍ୟବର୍ତ୍ତିକାଳୀନ ସଭାପତି ଭାବେ ଦାୟିତ୍ବ ତୁଲାଇବେ I ପୂର୍ବରୁ ମଧ୍ୟ ସୋନିଆଙ୍କୁ ଦାୟିତ୍ବ ନେବାକୁ ପ୍ରସ୍ତାବ ଦିଆଯାଇଥିଲେ ହେଁ ସୋନିଆ ପ୍ରତ୍ୟାଖାନ କରିଦେଇଥିଲେ I

LEAVE A REPLY

Please enter your comment!
Please enter your name here