ଜଗତସିଂହପୁରରେ ଏକବିଂଶତମ ପୁସ୍ତକମେଳାକୁ ଉଦଘାଟନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଉତ୍ସବରେ ପରିଷଦର ସ୍ମରଣୀକା ସ୍ମୃତିପତ୍ର ଏବଂ ଉପଜିଲ୍ଲାପାଳଙ୍କ ଦ୍ୱାରା ଲିଖିତ ପୁସ୍ତକ ସୁନ୍ଦରଗଡର ଡଏରୀକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ । ପୁସ୍ତକ ମେଳା ସପ୍ତାଏ ଧରି ଚାଲିବ । ଆସନ୍ତା ୨୧ ତାରିଖରେ ଏହା ଉଦଯାପିତ ହେବ । ଏଥିରେ ମୋଟ ୭୪ଟି ଷ୍ଟଲ ଖୋଲିଛି । ଏହି କାର୍ୟ୍ୟକ୍ରମ ରେ ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ ମୁଦୁଲି ,ସମ୍ବିତ ରାଉତରାୟ ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ଉଦଘାଟନୀ ଉତ୍ସବ ରେ ସାମିଲ ହୋଇଥିଲେ। ପରେ ଅପରାହ୍ନରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା। ତେବେ ଆଜିର ଆଧୁନିକ ଯୁଗରେ ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ପୁସ୍ତକର ଗୁରୁତ୍ବ ସବୁବେଳେ ରହିଛି ବୋଲି କହିଛନ୍ତି ରାଜ୍ୟପାଳ।