ଗିରଫର କେଇ ଘଣ୍ଟା ପରେ ଜାମିନରେ ବାହାରିଲେ ପରବିନ୍ଦରଙ୍କୁ ମାଡ ମାରିଥିବା ଅଭିଯୁକ୍ତ । ଖୋଲାଖୋଲି ଦିନ ଦ୍ୱିପହରରେ ପୋଲିସ ଉପସ୍ଥିତିରେ ୩ ଅଭିଯୁକ୍ତ ପରବିନ୍ଦରଙ୍କୁ ମରଣାନ୍ତକ ଭାବେ ପିଟିଥିଲେ । ହେଲେ ଏବେ ଜାମିନ ମିଳିବା ପରେ ପରବିନ୍ଦର ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ପୋଲିସ ଏମିତି କି ଦଫା ଲଗାଇଲା ଯେ, ରାଧିଅଧିଆ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ମିଳିଗଲା । ଯାହାକୁ ନେଇ ଏବେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି ଲକ୍ଷ୍ମୀ ସାଗର ଅଞ୍ଚଳରେ ରହୁଥିବା ପରବିନ୍ଦର ପାଲ ସିଂ । ଅଭିଯୁକ୍ତଙ୍କୁ ଜାମିନ ମିଳିଥିବାରୁ ପୋଲିସ ଉପରେ ଭରସା ପାଉନଥିବା ଏବଂ ତାଙ୍କ ଜୀବନ ପ୍ରତି ବିପଦ ଥିବାର ଆଶଙ୍କା କରୁଛନ୍ତି ପରିବନ୍ଦର ପାଲ ସିଂ । ପରବିନ୍ଦର ପାଲ ସିଂ ଙ୍କୁ ଆକ୍ରମଣ ଘଟଣାରେ ବିଜେଡିର ପୂର୍ବତନ କର୍ପୋରେଟଙ୍କ ପୁତୁରା ଦୀପକ ଜେନା, ତାଙ୍କ ସହଯୋଗୀ ଶଙ୍କର ରାଉତ ଓ ଦୀପକ ମହାନ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଭୁବନେଶ୍ୱର ଏଡିଜେଏମ କୋର୍ଟ ସମସ୍ତଙ୍କୁ ଗତ ରାତିରେ ଜାମିନ ଦେଇଛନ୍ତି । ଅନ୍ୟପକ୍ଷରେ ଗତ ରାତିରେ କେହି ତାଙ୍କ କବାଟ ବାଡେଇଥିବା ସେ କହିଛନ୍ତି । ସିସିଟିଭି ଫୁଟେଜରେ ଡିଏସପି ଅନୁପ କାନୁନଗୋଙ୍କ ସହ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯାଇଥିବା ଜଣାପଡିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଅନନ୍ତ କହିଛନ୍ତି, ଗୁରୁଦ୍ୱାର ସଭାପତି ସତପାଲଙ୍କ ସହ ସେ ପରବିନ୍ଦରଙ୍କ ପରିବାରକୁ ସାନ୍ତ୍ୱନା ଦେବାକୁ ଯାଇଥିଲେ । ମାତ୍ର ରାତି ଅଧରେ କାହିଁକି ଯାଇଥିଲେ ବୋଲି ପ୍ରଶ୍ନ କରିଛି ବିଜେପି ।

LEAVE A REPLY

Please enter your comment!
Please enter your name here