ଜଗତସିଂହପୁର ଏରସମା ମାହାଳରେ ଉତ୍ତେଜନା । ରାଜସ୍ୱ ଗ୍ରାମ ମାହାଳର ସୀମା ନିର୍ଦ୍ଧାରଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ପ୍ରଶାସନ ପକ୍ଷରୁ ସୀମା ନିର୍ଦ୍ଧାରଣ କରାଯାଉଥିବାବେଳେ ଏହାକୁ ବିରୋଧ କରିଛନ୍ତି ଢିଙ୍କିଆ ଓ ମାହାଳ ଗ୍ରାମବାସୀ । ଢିଙ୍କିଆ ଗାଁକୁ ଖଣ୍ଡ ଖଣ୍ଡ କରି ସରକାର ବିଭାଜନ ନୀତି ଆପଣାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏଥିଯୋଗୁଁ ଗାଁ ଗାଁ ମଧ୍ୟରେ ସମ୍ପର୍କ ଓ ଭାଇଚାରା ନଷ୍ଟ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସ୍ଥିତିକୁ ଦେଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୩ ଜଣ ମାଜିଷ୍ଟ୍ରେଟ୍ , ପାରାଦୀପ ଅତିରିକ୍ତ ଏସପିଙ୍କ ତତ୍ତ୍ୱାବଧାନରେ ୨୫ ଅଫିସର ଏବଂ ୧୪ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here