ରେଳଯାତ୍ରୀଙ୍କ ପାଇଁ ଖୁସୀ ଖବର । ଭୁବନେଶ୍ୱରରୁ ଜୁନାଗଡ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ଏଣିକି ୨ଟି ପୃଥକ ଟ୍ରେନ୍ ଚଳାଚଳ କରିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ । ପୂର୍ବରୁ ଗୋଟିଏ ଟ୍ରେନ ଭୁବନେଶ୍ୱରରୁ ରାୟଗଡ଼ା ଯିବା ପରେ ସେଠାରୁ ଭାଗ ହୋଇ ଜଗଦଲପୁର ଏବଂ ଜୁନାଗଡ଼ ଯାଉଥିଲା । ଯାହା ସମସ୍ୟା ସୃଷ୍ଟି କରୁଥିଲା ।
ଟ୍ରେନ୍ ନମ୍ବର ୧୮୪୩୭ /୧୮୪୩୮ ଭୁବନେଶ୍ୱର-ଜୁନାଗଡ ରୋଡ୍ ଏକ୍ସପ୍ରେସ ଭୁବନେଶ୍ୱର ଓ ଜୁନାଗଡ ମଧ୍ୟରେ ଏବଂ ଟ୍ରେନ୍ ନମ୍ବର ୧୮୪୪୭/୧୮୪୪୮ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଭୁବନେଶ୍ୱର ଜଗଦଲପୁର ମଧ୍ୟରେ ପୃଥକ ପୃଥକ ଭାବେ ଚଳାଚଳ କରିବା ନେଇ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହା ଦ୍ୱାରା ରେଳଯାତ୍ରୀମାନେ ବିଶେଷ ଲାଭ ପାଇପାରିବେ ବୋଲି ପିୟୁଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here